ଲଗାତାର ୧୪ ବର୍ଷ ଧରି ଭାରତର ସବୁଠୁ ଧନୀ ବ୍ୟକ୍ତିି ହେଉଛନ୍ତି ଶିଳ୍ପପତୀ ମୁକେଶ ଅମ୍ବାନୀ । ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅଧକ୍ଷ୍ୟ ମୁକେଶ ଅମ୍ବାନୀ ଭାରତର ଧନୀ ତାଲିକାର ଶୀର୍ଷରେ ଥିବାନେଇ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଥିବା ମାଗାଜିନ ଫୋବର୍ସରେ ୨୦୨୧ର ତାଲିକା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ମୁକେଶଙ୍କର ୯୨୭୦ କୋଟି ଡଲାଲକୁ ସମ୍ପତ୍ତିକୁ ବୃଦ୍ଧି ପାଇଛି । କରୋନା କାଳରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୫୦ ପ୍ରତିଶତକୁ ବଢିଛି । ୨୦୦୮ରୁ ଭାରତର ସର୍ବାଧିକ ଧନୀ ବ୍ୟକ୍ତି ଭାବେ ସେ ସ୍ଥାନ ପାଇଛନ୍ତି । ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆଦାନୀ ଗ୍ରୁଫ ଚେୟାରମ୍ୟାନ ଗୌତମ ଆଦାନୀ ରହିଛନ୍ତି । ତାଙ୍କ ପାଖରେ ୭୪୮୦ କୋଟି ଡଲାର ସମ୍ପତ୍ତି ରହିଛି । ଆଦାନୀଙ୍କ ପରେ ତାଲିକାରେ ଶିବ ନାଦାର ରହିଛନ୍ତି । ପରେ ରାଧାକିଷନ ଦମାନୀ, ସାଇରସ ପୁନୱାଲା, ଲକ୍ଷ୍ମୀ ମିତ୍ତଲ, ସାବିତ୍ରୀ ଜିନ୍ଦଲ , ଉଦୟ କୋଟାକ, ପାଲୋନଜୀ ମିସ୍ତ୍ରୀ, କୁମାର ବିର୍ଲା ଦଶମ ସ୍ଥାନରେ ରହିଛନ୍ତି ।