ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନ ମଣ୍ଡପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରିବଳଦେବ ଜିଉଙ୍କର ଦେବସ୍ନାନ ପୂର୍ଣ୍ଣମା ସମ୍ପର୍ଣ୍ଣ ହେବାପରେ ତିନି ଠାକୁର ସ୍ନାନ ମଣ୍ଡପରେ ରହି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ରିତିନିତି ଓ ପରମ୍ପରା ମୁତାବକ ସୋମବାର ବ୍ରାହ୍ମ ମୁହୁର୍ତ୍ତ ଭୋର ୪ଟା ସମୟରେ ମଙ୍ଗଳ ଆଳତି କରାଯାଇ ତିନି ଠାକୁରଙ୍କୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ଏହାପରେ ପଞ୍ଚାମୃତ , ଗଙ୍ଗାଜଳ , ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାଷିତ ଜଳରେ ତିନି ଠାକୁରଙ୍କୁ ମହାସ୍ନାନ କରାଯାଇଥିଲା । ଶଙ୍ଖ ଓ ହୁଳହୁଳି ଶଦ୍ଦରେ ବାରିପଦାର ମହାପ୍ରଭୁ ହରିବଳଦେବଜୀଉଙ୍କ ମନ୍ଦିର କମ୍ପି ଉଠୁଥିଲା । ଲୋକ ମାନଙ୍କ ବିଶ୍ୱାସ ଅଛି ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ । ସେହିପରି କୋରାପୁଟ ବୋରିଗୁମ୍ମା ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଗହଣରେ ଚତୁଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ହୋମ , ଯଜ୍ଞ, ପୂଜା ପାଠ ପରେ ବିଧି ଅନୁସାରେ ସ୍ନାନ କରାଯାଇଥିଲା ।ଏହା ପରେ ମହାପ୍ରଭୁଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାକୁ ଶହ ଶହ ଭକ୍ତ ଏକତ୍ରିତ ହୋଇଥିଲେ ।ଘଣ୍ଟ ମୃଦଳ ଶଙ୍ଖ ନାଦରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here