ଭୁବନେଶ୍ୱରରେ ପହଁଞ୍ଚିଛି ସହିଦ୍ ଯବାନ ରାଣା ପ୍ରତାପ ଦାଶଙ୍କ ମର ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀର ଅଣାଯାଇଛି । ପାର୍ଥିବ ଶରୀର ପହଁଞ୍ଚିବା ପରେ ପ୍ରଥମେ ରାଣାପ୍ରତାପଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ବିମାନ ବନ୍ଦରରୁ ପାର୍ଥିବ ଶରୀର ରାଣାପ୍ରତାପଙ୍କ ଜନ୍ମମାଟିକୁ ଯିବ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ହେବ ଅନ୍ତିମ ସଂସ୍କାର । ବାୟୁସେନାର ଜୁନିଅର ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ ଦାସ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଣା ପ୍ରତାପ । ଦୁର୍ଘଟଣାରେ ସିଡିଏସ ବିପିନ୍ନ ରାୱତଙ୍କ ସମେତ ମୋଟ୍ ୧୩ ଜଣଙ୍କ ଜୀବନ ଚାଲିଯାଇଛି ।

LEAVE A REPLY

Please enter your comment!
Please enter your name here