ସଇତାନ ସାଜିଲା ସାବତ ମା’ । ଜନ୍ମ ଦେଇନଥିଲା ବୋଲି ସଉତୁଣୀର ଝିଅକୁ ପୋଡି ମାରିଦେଲା । ଆଉ ଏହି କାମରେ ସାବତ ମାକୁ ସାହାର୍ଯ୍ୟ କଲା ଝିଅର ନିଜ ବାପା । ଏଭଳି ଦୁଖଃଦ ଓ ବର୍ବର ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବିଜିପୁର ଗାଁରେ । ବାପା , ସାବତା ମା’ ସାବତ ମାମୁଁ ମିଳିମିଶି ମୋ ସାନ ଭଉଣୀକୁ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ବଡ ଭଉଣୀ ରଞ୍ଜିତା ।
ଗୋପ ଥାନାରେ ରଞ୍ଜିତା ଦେଇଥିବା ଏତଲା ଅନୁଯାୟୀ , ତାଙ୍କ ମା ୨୦୧୮ରେ ମରିଯିବା ପରେ ତାଙ୍କ ବାପା ଦୁର୍ଗାଚରଣ ୨୦୨୦ରେ ଦ୍ୱିତୀୟ ବିବାହ କରିଥିଲେ । ରଞ୍ଜିତା କୋଲକାତାରେ ଚାକିରୀ କରୁଥିଲେ । ଏବଂ ତାଙ୍କ ସାନ ଭଉଣୀ ମୋନାଲି ବାପାଙ୍କ ପାଖରେ ରହି ଗୋପ କଲେଜରେ ଯୁକ୍ତ ତିନିରେ ପାଠ ପଢୁଥିଲେ । ମାତ୍ର ସାବତ ମା ଆସିବା ପରଠାରୁ ମୋନାଲି ଉପରେ ନିର୍ଯାତନା ବଢିଯାଇଥିଲା । ସାବତ ମାର ନିର୍ଯର୍ାତନା ସମ୍ପର୍କରେ ସେ ତା ଭଉଣୀକୁ ଜଣାଉଥିଲା । ଶେଷରେ ଗତ ୭ ତାରିଖ ରାତିରେ ମୋନାଲିଙ୍କୁ ତାଙ୍କ ବାପା , ସାବତ ମା’ ଓ ସାବତ ମାମୁଁ ମିଳିମିଶି ହତ୍ୟା କରିବା ପରେ ଗାଁ ମଶାଣୀରେ ପୋଡିଦେଇଥିଲେ । ଏପରିକି ଯେଉଁ ସ୍ଥାନରେ ପୋଡିଥିଲେ ପ୍ରମାଣ ନଷ୍ଟ ପାଇଁ ସେହି ସ୍ଥାନକୁ ଧୋଇ ସଫା କରିଦେଇଛନ୍ତି । ମୋନାଲିକୁ ହତ୍ୟା କରାଯାଇଥିବା ଜାଣିବା ପରେ ବଡ ଭଉଣୀ ରଞ୍ଜିତା ଘରକୁ ଫେରି ଥାନାରେ ଏତଲା ଦେଇଛି । ଫରେନସିକ୍ ଟିମ୍ ମଶାଣିରୁ ପାଉଁଶ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here