୨୦୨୨ର ସବୁଠୁ ଚର୍ଚ୍ଚିତ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଆସିଲା ବଡ ଖବର । ବିବେକ ଆଗ୍ନେହୋତ୍ରୀଙ୍କ ନିର୍ଦ୍ଦେଶନାରେ ଆସିଥିବା ଏହି ଫିଲ୍ମ ଏବେ ଓସ୍କାର ୨୦୨୩ରେ ରହିବାକୁ ସଟଲିଷ୍ଟ ହୋଇଛି । ଶକ ବିବେଗ ଅଗ୍ନିହୋତ୍ରୀ ଏନେଇ ସୂଚନା ଦେଇଛନ୍ତି । ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । ଭାରତରୁ ସର୍ଟଲିଷ୍ଟ ହୋଇଥିବା ୫ ଫିଲ୍ମ ମଧ୍ୟରେ ଦ କାଶ୍ମୀର ଫାଇଲ୍ସ ରହିଛି ।
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦ କାଶ୍ମୀର ଫାଇଲ୍ସ ସହ ଜଡିତ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ଦ କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ପଲ୍ଲବୀ ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଓ ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ସର୍ଟଲିଷ୍ଟ କରାଯାଇଛି । ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଏହା ତ ଆରମ୍ଭ ମାତ୍ର । ଏବେ ତ ଆହୁରି ଆଗକୁ ଯିବାର ଅଛି ।

LEAVE A REPLY

Please enter your comment!
Please enter your name here