ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସ୍ମୃତି କହିଛନ୍ତି,ବିକାଶ କ୍ଷେତ୍ରରେ ଓ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ନବୀନ ବିଫଳ ହୋଇଛନ୍ତି । ଏଠି ପ୍ରତ୍ୟକ ଦିନ ମହିଳାମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ୬୦ ପ୍ରତିଶତ ରକ୍ତହୀନତାର ଶିକାର, କିନ୍ତୁ କୁପୋଷଣରେ ରାଜ୍ୟ ନମ୍ବର ୱାନ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ସ୍ମୃତି ଇରାନି କହିଛନ୍ତି, ରାଜନୈତିକ ସ୍ୱାର୍ଥ ପାଇଁ ନବୀନ ଆୟୁଷ୍ମାନ ଯୋଜନା ଲାଗୁ କରୁନାହାଁନ୍ତି । ବୟନ ଶିଳ୍ପ କ୍ଷେତ୍ରରେ ବି ରାଜ୍ୟ ସରକାରଙ୍କ ଅପାରଗତା ବଖାଣିଛନ୍ତି ସ୍ମୃତି ଇରାନି । ଓଟିଏମ ଭଳି କାରଖାନା ଅଚଳ ହୋଇଥିବାବେଳେ ତାକୁ ଚାଲୁ କରିବାରେ ଆଗ୍ରହ ନାହିଁ । ରାଜ୍ୟ ସରକାର ଆଗ୍ରହ ଦେଖାଇଲେ ଆମେ କାର୍ଯ୍ୟକ୍ଷମ କରାନ୍ତୁ ବୋଲି ସ୍ମୃତି ଇରାନି କାର୍ଯ୍ୟକାରିଣୀ ବୈଠକରେ କହିଥିଲେ । ତେଲରୁ କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ଟିକସ ହ୍ରାସ କରିଥିବାବେଳେ ନବୀନ ଏପର୍ଯ୍ୟନ୍ତ ନୀରବ ରହିଛନ୍ତି । ଓଡିଶାବାସୀଙ୍କ ପ୍ରତି ନବୀନଙ୍କ ଦରଦ କେତେ ଅଛି ତାହା ଜଣାପଡୁଛି କହି କଟାକ୍ଷ କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି । ଆସନ୍ତା ନିର୍ବାଚନରେ ନବୀନଙ୍କୁ ଗାଦିଚ୍ୟୁତ କରି ୧୨୦ ଲକ୍ଷ୍ୟ ପୂରଣ ପାଇଁ ସଂକଳ୍ପ ନେଇଛୁ

ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ରବିବାର ଉଦଯାପିତ ହୋଇଯାଇଛି । ଏହି ବୈଠକରେ ଦଳ ପକ୍ଷରୁ ୧୫ଟି ଚିଠା ପ୍ରସ୍ତାବ ଗୃହିତ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତାରଣାକୁ ନେଇ ୫ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଦୁର୍ନୀତି ନେଇ ଅନ୍ୟ ୧୦ଟି ଚିଠା ପ୍ରସ୍ତାବ ଗୃହିତ ହୋଇଛି ।
ରାଜ୍ୟ ସରକାରଙ୍କ ପ୍ରତାରଣାକୁ ନେଇ ଗୃହୀତ ୫ଟି ଚିଠା ପ୍ରସ୍ତାବରେ ଆୟୁଷ୍ମାନ, ଖାଦ୍ୟ ଯୋଜନା, ବିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ ଓ ମହିଳା ସ୍ୱୟଂ ସହାୟିକା ସ୍ଥାନୀତ ହୋଇଛି । ଅନ୍ୟ ୧୦ଟି ମେଗା ଚିଠା ପ୍ରସ୍ତାବରେ ଖଣି, ଚିଟଫଣ୍ଡ ଓ ଚାରା ଆଦି ଦୁର୍ନୀତି ପ୍ରସଙ୍ଗ ସ୍ଥାନୀତ ହୋଇଛି ।

LEAVE A REPLY

Please enter your comment!
Please enter your name here