ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଆରମ୍ଭ ହୋଇଥିବା ସମସ୍ତ ଯୋଜନାର ମୂଲ୍ୟାୟନ କରିବେ ମୋହନ ମାଝୀଙ୍କ ସରକାର । ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ଦାୟିତ୍ବ ଦେବେ । ଏଜେନ୍ସି ଚୟନ ପାଇଁ ସରକାର ସର୍ତ୍ତାବଳୀ ସ୍ଥିର କରିବେ । ଯୋଗ୍ୟ ଏଜେନ୍ସି ଦ୍ବାରା ମୂଲ୍ୟାୟନ କରାଯିବା ପରେ ସରକାର ସ୍ଥିର କରିବେ, ପୂର୍ବ ସରକାର ଅମଳରେ ଚାଲିଥିବା ଯୋଜନାକୁ ଚାଲୁ ରଖାଯିବ କି ବନ୍ଦ କରାଯିବ । ଗତ ଚବିଶ ବର୍ଷ ଭିତରେ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ତେବେ ଏସମ୍ସତ ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର ପ୍ରକୃତ ସୁଫଳ ଜନସାଧାରଣ ପାଉଛନ୍ତି କି ନାହିଁ, ସେ ସଂପର୍କରେ ଏହି ଏଜେନ୍ସି ରିପୋର୍ଟ ପ୍ରଦାନ କରିବ । ଟେଣ୍ଡର ପ୍ରକ୍ରିୟା ମାଧ୍ମରେ ଏହି ଏଜେନ୍ସି ଚୟନ କରାଯାଇ ଅଗଷ୍ଟ 30 ତାରିଖ ସୁଦ୍ଧା ଦାୟିତ୍ବ ପ୍ରଦାନ କରାଯିବ । କୌଣସି ଯୋଜନାକୁ ହଠାତ ବନ୍ଦ ନ କରି ମୂଲ୍ୟାୟନ ପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here