ନବ ଦାସଙ୍କ ହତ୍ୟା ମାମଲାରେ ଖିଅ ପାଉନି ଓଡିଶା ପୋଲିସ । ଦେଶର ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବି ଭରସା ପାଉନି । ସିଧାସଳଖ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।
ନବ ଦାସ ହତ୍ୟା ମାମଲାରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ବିବୃତ୍ତିକୁ ସମସ୍ତଙ୍କ ଅପେକ୍ଷା ରହିଥିଲା ଯେ, ନବ ହତ୍ୟା ମାମଲାରେ କାହିଁକି ମୁହଁ ଖୋଲୁନାହାଁନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି । କିନ୍ତୁ ସେ ବିବୃତ୍ତିରେ ହତ୍ୟାକାଣ୍ଡକୁ ନେଇ ଯେଉଁ ଷଡଯନ୍ତ୍ର ଥିବା କଥା କୁହାଯାଉଛି । ତାକୁ ନେଇ କୌଣସି ବି ତଥ୍ୟ ମୁଖ୍ୟମନ୍ତ୍ରୀ ରଖିନାହାଁନ୍ତି । କେମିତି ଏ ଘଟଣା ଘଟିଲା ଏବଂ ଏ ପୁରା ପ୍ରକ୍ରିୟା କଣ ଥିଲା, କ୍ରାଇମବ୍ରାଞ୍ଚ ତଦନ୍ତ ବାବଦରେ ସୂଚନା ଦେଇଛନ୍ତି । ଏବଂ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ମାଗିଥିବା ସେ କହିଛନ୍ତି । ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ଲୋଡାଯାଇଛି । ଏନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଅଭିଯୁକ୍ତର ଆଚରଣ ସମ୍ପର୍କରେ ତର୍ଜମା ପାଇଁ ଏଫବିଆଇ ସହାୟତା ନିଆଯିବ । ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଜଣଙ୍କ କାର୍ଯ୍ୟକୁ ନେଇ ବିଜେପି ପୂରା ପୋଲିସକୁ ଅପମାନିତ କରୁଛି । ଘଟଣାକୁ ନେଇ ଯେମିତି ରାଜନୀତିକରଣ କରାଯାଇଛି, ମୋତେ ଆଶ୍ଚର୍ଯ୍ୟ କରୁଛି । ରାଜନୀତିକରଣ କରାଯିବା ମୋତେ ଓ ଓଡିଶାବାସୀଙ୍କୁ ଆଘାତ ଦେଇଛି ।

LEAVE A REPLY

Please enter your comment!
Please enter your name here