ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଏ ଚର୍ଚ୍ଚା ଦିବ୍ୟଶଙ୍କର ବିବାହକୁ ନେଇ । ଦିବ୍ୟ ଶଙ୍କର ମିଶ୍ର ପୁଣି ବିବାହ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା । ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଳକର ଜଣେ ଯୁବତୀଙ୍କୁ ବିବାହ କରିବେ । ଫ୍ରେବୃଆରୀ ଶେଷ ସପ୍ତାହରେ ପୁରୀରେ ସେ ବିବାହ କରିବେ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ବିବାହକୁ ନେଇ ଦିବ୍ୟଶଙ୍କର ମିଶ୍ର କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here