ଆସନ୍ତା ୧୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧୫ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୨୩ଟି କାର୍ଯ୍ୟ ଦିବସ ରହିବ ବୋଲି ଆଜି ଜାରି ହୋଇଥିିବା ବିଜ୍ଞପ୍ତିରେ କୁହାଯାଇଛି।ବିଧାନସଭାର ଶୀତ ଅଧିବଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବରୁ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ପାରିତ ହୋଇସାରିଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ଼ ଅଧିବେଶନ ବୋଲି ରାଜନୀତି ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। କାରଣ ୨୦୧୯ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ବଳକା ରହିଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଦିକୁ ପାରିତ କରିବା ଲାଗି ଏହି ଅଧିବଶନକୁ ବ୍ୟବହାର କରିପାରନ୍ତି। ଅନ୍ୟପକ୍ଷେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକଦଳକୁ ମାତ୍ ଦେବା ପାଇଁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here