ରିଲିଜ ହୋଇଛି ମୋଷ୍ଟ ୱାଣ୍ଟେଡ ଫିଲ୍ମ ୨.୦ର ଟ୍ରେଲର । ଟ୍ରେଲରରେ ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଅକ୍ଷୟଙ୍କୁ ଭିଲେନ ଏବଂ ରଜନୀକାନ୍ତଙ୍କୁ ହିରୋ ଭାବରେ ଦେଖିବାକୁ ମିଳିଛି । ଦୁଇ ଜଣଙ୍କ ଭିତରେ ଚାଲୁଛି ଘମାଘଟ ଲଢେଇ । ଏହା ଅକ୍ଷୟଙ୍କ ପ୍ରଥମ ତାମିଲ ଫିଲ୍ମ । ଟ୍ରେଲରର ବିଷୟବସ୍ତୁରେ ପ୍ରଥମରୁ ସେଲ୍ ଫୋନ୍ ଗାଏବ ହେଉଥିବାର ଦେଖା ଯାଉଛି ଏବଂ ସେହି ସମୟରେ ଭିଲିଆନ ଅନ୍ଦାଜରେ ଅକ୍ଷୟ କୁମାର ଏଂଟ୍ରୀ କରୁଛନ୍ତି । ଏହା ଏକ ସାଇନ୍ସ ଫିକ୍ସନ ଥ୍ରୀଲର ଫିଲ୍ମ । ଏସ୍ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ବଜେଟ ୫୪୩ କୋଟି ରହିଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରଜନୀକାନ୍ତ, ଏମୀ ଜୈକ୍ସନ, ଆଦିଲ ହୁସେନ ମଧ୍ୟ ଅଛନ୍ତି । ତେବେ ଏହି ଫିଲ୍ମ ନଭେମ୍ବର ୨୯ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଗୀତ କମ୍ପୋଜ କରିଛନ୍ତି ଏ.ଆର , ରେହମନ । ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here