ବେଶ୍ କିଛି ଦିନ ହେବ ଦଳବିରୋଧି ବୟାନ ଦେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଦାମବାବୁ । ଏପରିକି ତାଙ୍କୁ ଦଳରୁ ବିଦା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ଷଡଯନ୍ତ୍ରର ସୁରାକ୍ ପାଇ ଦାମବାବୁ କେତେବେଳେ ଗର୍ଜୁଛନ୍ତି ତ ଆଉ କେତେବେଳେ ନରମି ଯାଉଛନ୍ତି. ଆଜି ଦାମବାବୁ ଗଣମାଧ୍ୟମ ଆଗରେ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି. ନବୀନଙ୍କ ପ୍ରଶଂସାରେ ଶତମୁଖର ହୋଇଛନ୍ତି ସେ. ଦାମବାବୁଙ୍କ କହିବା କଥା, ଦୁର୍ନୀତିର ପର୍ଦ୍ଦାଫାସ କରିବା ବିରୋଧି ଦଳର କାମ । କିନ୍ତୁ ସେମାନେ ତାହା କରୁନାହାନ୍ତି । ମୁଁ ସରକାର କି ଦଳ ବିରୋଧରେ କିଛି କହିନାହିଁ । ମୁଁ ଦୁର୍ନୀତି ଉପରେ କହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହୁତ ଭଲ ଲୋକ ବୋଲି ସେ କହିଛନ୍ତି ।
ଉଦାହରଣ ଦେଇ ସେ କହିଛନ୍ତି, ନଗଡାରେ ଅପପୁଷ୍ଟିରେ ପିଲା ମଲେ । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତ ନଗଡାକୁ ୨୪୫ କୋଟି ଟଙ୍କା ଦେଇଛନ୍ତି । ନବୀନ ବାବୁ କ’ଣ ଯାଇକି ଲୋକଙ୍କୁ ଖାଇବାକୁ ଦେଇଥାନ୍ତେ ? ଯେଉଁ ଅଫିସର ଓ କର୍ମଚାରୀମାନେ ଦାୟିତ୍ୱରେ ରହୁଛନ୍ତି, ସେମାନେ ହେରାଫେରି କରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସମସ୍ତଙ୍କର ଅଭ୍ୟାସ ହୋଇଯାଇଛି । ମୁଁ ନବୀନଙ୍କ ବିରୋଧରେ ଶଦ୍ଦଟିଏ ବି କହିନାହିଁ । ମୁଁ କହିଛି ଅନ୍ୟ ଦେଶର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଆମ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅଧିକ । ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି । ସେ ଲେଖକ ହିସାବରେ ବହି ଲେଖିଛନ୍ତି । ଜଣେ ଚିତ୍ରକର ହିସାବରେ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ନାଁ ଅଛି । ତାଙ୍କର କିଛି ଦୋଷ ନାହିଁ । ଯେଉଁମାନେ ତାଙ୍କ ଅଧିନରେ ଅଛନ୍ତି ସେମାନେ ହେରଫେର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here