ମହାରାଷ୍ଟ୍ରରେ ଜାରି ରହିଥିବା ହନୁମାନ ଚାଳିଶା ଏବଂ ଲାଉଡସ୍ପିକର ବିବାଦରେ ଏବେ ରାଣା ଦମ୍ପତି ଜେଲରେ ଅଛନ୍ତି । ସାଉଥ ଇଣ୍ଡିଆନ ଫିଲ୍ମର ଆକ୍ଟ୍ରେସ ତଥା ସାଂସଦ ନବନୀତ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ । ମାତ୍ର ସେମାନେ ହନୁମାନ ଚାଳିଶା ଜପ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସାଂସଦ ନବନୀତ ରାଣା ଏବଂ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଗିରଫ କରିଥିଲା ।
ତେବେ ଜେଲରୁ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ନବନୀତ ରାଣା । ଚିଠିରେ ନବନୀତ ଲେଖିଛନ୍ତି, ମୋତେ ୨୩ ତାରିଖରେ ପୋଲିସ ଷ୍ଟେସନ ନିଆଗଲା । ୨୩ ତାରିଖ ପୁରା ରାତି ମୋତେ ପୋଲିସ ଷ୍ଟେସନରେ ରଖାଗଲା । ରାତି ସାରା ମୁଁ ପିଇବା ପାଇଁ ପାଣି ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ । ଜେଲରେ ପିଇବା ପାଣି ମାଗିଲେ ତାଙ୍କୁ ନୀଚ ଜାତିର ବୋଲି କୁହାଯାଉଛି ।
କେବଳ ଏତିକି ନୁହେଁ ନବନୀତ କହିଛନ୍ତି, ରାତିରେ ଶୌଚାଳୟ ବ୍ୟବହାର କରିବାକୁ ଚାହିଁଥିଲି କିନ୍ତୁ ପୋଲିସ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏପରିକି ମୋତେ ଖରାପ ଭାଷାରେ ଗାଳି କରିଥିଲେ । ମୋତେ କହିଥିଲେ, ତୁମ ଭଳି ନୀଚ ଜାତି ତଥା ଅନୁସୂଚିତ ଜାତିର ଲୋକଙ୍କୁ ଆମ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଏ ନାହିଁ ବୋଲି କହିଥିଲେ ।
ଏହାସହ ନବନୀତ ରାଣା କହିଛନ୍ତି, କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସରକାର ନିଜର ହିନ୍ଦୁତ୍ୱ ସିଦ୍ଧାନ୍ତରୁ ଦୂରକୁ ଚାଲିଯାଇଛନ୍ତି । କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସାର୍ବଜନିକ ଜନାଦେଶକୁ ଧୋକା ଦେଇଛନ୍ତି ଉଦ୍ଧବ ।
ଏହାପୂର୍ବରୁ ମୁମ୍ବାଇ ପୋଲିସ ରାଣା ଦମ୍ପତିଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ଏପରିକି କୋର୍ଟ ମଧ୍ୟ ରାଣା ଦମ୍ପତିଙ୍କୁ ୧୪ ଦିନର ବିଚାର ବିଭାଗୀୟ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ରବିବାର ବିଳମ୍ବିତ ରାତିରେ ସାଂସଦ ନବନୀତ ରାଣାଙ୍କୁ ଜେଲକୁ ପଠାଯାଇଥିଲା

LEAVE A REPLY

Please enter your comment!
Please enter your name here