ଅର୍ଚ୍ଚନାର ନାଗ ଫାଶରେ ଅନେକ ପ୍ରଭାବଶାଳୀ । ଦିନକୁ ଦିନ ବହୁ ନେତା ଏବଂ ମନ୍ତ୍ରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଅର୍ଚ୍ଚନାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମରେ ବହୁ ବଡବଡିଆଙ୍କ ନାଁ ରହିଥିବା ବେଳେ ଏବେ ସବୁ ଡିଲିଟ୍ ହୋଇଗଲାଣି । ବଦନାମ ହେବାର ଭୟରେ ଅର୍ଚ୍ଚନାଙ୍କୁ କୋଟି କୋଟି ଟଙ୍କା ଗଣିବା ପରେ ବି ବଦନାମ ହେବାର ଭୟ ଏବେ ସେହି ବଡବଡିଆଙ୍କୁ ଘାରିଛି । ତେବେ ଅନେକ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତି ଶାସକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଭୟ ଥିବାରୁ ପୋଲିସ କବଜାରେ ଥିବା ଅର୍ଚ୍ଚନାଙ୍କ ସବୁ ଖାତା ଖତିୟାନ ସଫା ହେବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଥିଲେ ମଧ୍ୟ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ବେଶୀ ଚିନ୍ତାରେ ପଡିଛି ପୋଲିସ । ଏପରିକି କିଛି ପୋଲିସ ବାବୁ ବି ଅର୍ଚ୍ଚନାଙ୍କ ନାଗ ଫାଶରେ ପଡିଥିବା କୁହାଯାଉଛି ।

ଅର୍ଚ୍ଚନାଙ୍କୁ ନେଇ ପ୍ରତିଦିନ ରୋଚକ ଖବର ଆସୁଥିବା ବେଳେ ଆଜି ବିଜେପି ନେତା ବାବୁ ସିଂ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେପି ନେତା ବାବୁ ସିଂ କହିଛନ୍ତି ଯେ, ଅର୍ଚ୍ଚନା ସହ ଥିଲା ୧୮ ବିଧାୟକ ଏବଂ ୩ ମନ୍ତ୍ରୀଙ୍କ ଲିଙ୍କ୍ । ଅର୍ଚ୍ଚନାର ସ୍ୱାମୀକୁ ଧରିଲେ ସବୁ ସତ ସାମ୍ନାକୁ ଆସିପାରିବ । ରାତି ହେଲେ ଭୁବନେଶ୍ୱରରେ ଥିବା ଅର୍ଚ୍ଚନାର ସତ୍ୟବିହାର ଘରକୁ ଛୁଟୁଥିଲେ ଅନେକ ନେତା । ଘର ଭିତରେ ସେକ୍ସ ସ୍କାଣ୍ଡାଲ ସହ ଡ୍ରଗ୍ସ କାରବାର ଚାଲୁଥିଲା । ତାହା କେବଳ ଅର୍ଚ୍ଚନାର ସ୍ୱାମୀ ହିଁ କହିପାରିବ । ଏହି ଘଟଣାରେ ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠିଛି । କାହିଁକି ତରବରିଆ ଭାବେ ଅର୍ଚ୍ଚନାଙ୍କୁ ଗିରଫ କରାଗଲା । ଯଦି ବି ପୋଲିସ ଗିରଫ କଲା କାହିଁକି ପଚରାଉଚରା କରୁନାହିଁ । ସିବିଆଇ ତଦନ୍ତ ଦାବି କରିଛି ବିଜେପି । ସେହିପରି କଂଗ୍ରେସ ଜଣେ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ଦାବି କରିଛି ।

LEAVE A REPLY

Please enter your comment!
Please enter your name here