ୟୁକ୍ରେନର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କି ସାଧାରଣ ନାଗରିକଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । ରୁଷର ହମଲାକୁ ନେଇ ବିଶ୍ୱ ଗଣମାଧ୍ୟମକୁ ଏକ ଭାବପୂର୍ଣ୍ଣ ଖୋଲା ଚିଠି ଲେଖିଛନ୍ତି । ଫେବ୍ରୁଆରୀ ୨୪ରେ ଆମେ ସମସ୍ତେ ରୁଷ ଆକ୍ରମଣ ବିରୋଧରେ ସ୍ୱର ଉଠାଇଥିଲୁ । ଅନେକ ଟ୍ୟାଙ୍କ ୟୁକ୍ରେନ ସୀମା ପାର୍ କଲା । ବିମାନଗୁଡିକ ଆମ ଆକାଶରେ ପ୍ରବେଶ କଲା । ମିସାଇଲ ଆମ ସହରକୁ ଘେରାବନ୍ଦୀ ରଖିଥିଲା । ରୁଷିଆ ଏହାକୁ ସ୍ୱତନ୍ତ୍ର ଅଭିଯାନ ବୋଲି କହୁଥାଇପାରେ, କିନ୍ତୁ ବାସ୍ତବରେ ଏହି ଅଭିଯାନ ନାଁରେ ଶହ ଶହ ୟୁକ୍ରେନ ନାଗରିକଙ୍କୁ ହତ୍ୟା କରାଯାଉଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନବାସୀଙ୍କ ଆର୍ତ୍ତ ଚିତ୍କାର, ଅସହାୟ ଶିଶୁଙ୍କ ବିକଳ କାନ୍ଦ, ବୋମା ବିଧ୍ବସ୍ତ ସହରରେ ମୃତ୍ୟୁର ତାଣ୍ଡବ ସଂପର୍କରେ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରୁଷ କହୁଛି କି ସାଧାରଣ ନାଗରିକଙ୍କ ବିରୋଧରେ ଏହି ଯୁଦ୍ଧ ହେଉନାହିଁ । କିନ୍ତୁ ସାଧାରଣ ନାଗରିକଙ୍କ ହତ୍ୟା ପୂର୍ବରୁ ଯେଉଁ କଅଁଳ ଶିଶୁ ପ୍ରାଣ ହରାଇଛନ୍ତି, ମୁଁ ସେମାନଙ୍କ କଥା ପଚାରୁଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିର୍ଦ୍ଦୋଶ ନାଗରିକଙ୍କୁ ହତ୍ୟା କରିଛନ୍ତି ବୋଲି ଆରୋପ ଲଗାଇଛନ୍ତି ଓଲେନା ଜେଲେନସ୍କି । ୟୁକ୍ରେନ ନାଗରିକ କେବେ ହାର୍ ମାନିବେନି କି ହତିଆର ଛାଡିବେନି ବୋଲି ସେ କଡା ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here