ରାହୁଲ ଗାନ୍ଧୀଙ୍କ ପାଖରେ ବାଟ ଆଉ କିଛି ନାହିଁ । ସୁରତ ସେସନ୍ସ କୋର୍ଟ ରାହୁଲଙ୍କ ମାନହାନୀ ମାମଲା ଖାରଜ କରିଦେବା ପରେ ଆଜି ରାହୁଲ ଗାନ୍ଧୀ ତାଙ୍କ ସରକାରୀ କ୍ବାର୍ଟର ଛାଡିଛନ୍ତି । 2005ରୁ 12, ତୋଗଲକ ଲେନରେ ରହି ଆସୁଥିବା ରାହୁଲ ଗାନ୍ଧୀ ଆଜି ସରକାରୀ ଘର ଛାଡି ମାଆ ସୋନିଆ ଗାନ୍ଧୀଙ୍କ 10, ଜନପଥ ସ୍ଥିତ ସରକାରୀ କ୍ବାର୍ଟରକୁ ଯାଇଛନ୍ତି । 2005ରୁ ରାହୁଲ 12, ତୋଗଲକ ଲେନରେ ରହିଆସୁଥିଲେ ।
ସରକାରୀ କ୍ବାର୍ଟର ଛାଡିବା ପରେ ରାହୁଲ କହିଛନ୍ତି, ସତ କହିବାର ମୂଲ୍ୟ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ।
ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ 27 ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡିବା ପଇଁ ନିର୍ଦେଶ ଥିଲା ।

LEAVE A REPLY

Please enter your comment!
Please enter your name here