ଭୁବନେଶ୍ବର ମେୟର ପ୍ରାର୍ଥୀଙ୍କୁ ନେଇ ବିଜେପି ଦୁଇଭାଗ । ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଦଳ ଭିତରେ ବହୁ ପୁରୁଖା ମହିଳା ନେତ୍ରୀ ମେୟର ପଦ ପାଇଁ ଆଶାୟୀ ଥିବା ବେଳେ ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବହୁ ବରିଷ୍ଠ ନେତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରାର୍ଥୀ ଚୟନରୁ ଦଳର ଦୁଇ ଭେଟେରାନ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ସ୍ପଷ୍ଟ ହୋଇଛି । ଭୁବନେଶ୍ବର ସାଂସଦ ହିସାବରେ ଅପରାଜିତା ଷଡଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଦଳୀୟ ସଂଗଠନ ସହଯୋଗ କରୁ ନ ଥିବା ସୂଚନା ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ହୋଇଥିବା ବେଳେ ପୌର ନିର୍ବାଚନ ପାଇଁ ମଧ୍ୟ ସେମିତି ଉତ୍ସାହ ଦେଖିବାକୁ ମିଳୁନି । ଉପରସ୍ତରରେ ଥିବା ଗୋଷ୍ଠୀ କନ୍ଦଳ କର୍ମୀଙ୍କୁ ପ୍ରଭାବିତ କରୁଥିବାରୁ ପୌର ନିର୍ବାଚନ ମୁକାବିଲା କରିବାରେ ଦଳ କେତେଦୂର ସଫଳ ହେବ, ତାହା ଏବେ ବଡ ପ୍ରଶ୍ନ ?

LEAVE A REPLY

Please enter your comment!
Please enter your name here