ଆସନ୍ତା 7 ତାରିଖରେ ଛତିଶଗଡରେ ପ୍ରଥମପର୍ଯ୍ୟାୟ ଭୋଟ୍ । ତେବେ। ମହାଦେବ ବେଟିଂ ଆପ୍ ର ପ୍ରମୋଟର ବାଘେଲାଙ୍କୁ ଏହି ଟଙ୍କା ଦେଇଥିବା ଇଡି ଦାବି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ବେଟିଂ ଆପ୍ କଂପାନୀ ସହ ସଂପୃକ୍ତ ଗୋଟିଏ କୋରିଅର ଏଜେନ୍ସି ଉପରେ ଇଡି ଚଢାଉ କରିବା ପରେ ଏହି ସୂଚନା ମିଳିଥିବା କୁହାଯାଉଛି । ଇଡି କହିଛି, କୋରିଅର ଏଜେନ୍ସି ନିକଟରୁ 5 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଏହି ଟଙ୍କା ଛତିଶଗଡର ରାଜନେତା ବାଘେଲକୁ ଦେବା ପାଇଁ ରଖାଯାଇଥିବା କୋରିଅର ଏଜେନ୍ସି କହିଛି । ଛତିଶଗଡ ନିର୍ବାଚନରେ ମହାଦେବ ଆପ୍ ବେଟିଂ ବହୁକୋଟି ଟଙ୍କା ଖଟେଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିବା ପରେ ଇଡି ଚଢାଉ କରିଥିଲା । ମାତ୍ର ଇଡିର ଏହି ଚଢାଉ ପଛରେ କେନ୍ଦ୍ର ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here