ଭୁବନେଶ୍ୱର: ରାସ୍ତା କାମ ପାଇଁ ୫ ବର୍ଷ ଶିଶୁ ପୁତ୍ରର ପ୍ରାଣ ଗଲା । ଆମ୍ବୁଲାନ୍ସ ଭିଡରେ ଫଶିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର । ୫ ବର୍ଷର ବାଳକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବି ରେଫର କରିଥିଲେ ଡାକ୍ତର । ପରିବାର ଲୋକ ଏସସିବି ନନେଇ ଘରୋଇ ହସ୍ପିଟାଲ ଆଣୁଥିଲେ । ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଆଣୁଥିଲେ ସମ୍ପର୍କୀୟ । ତେବେ ରାସ୍ତା ଜାମ ଯୋଗୁଁ ସହଜରେ ଆସିପାରିନଥିଲା ଆମ୍ବୁଲାନ୍ସ । ରାସ୍ତାର ବିଭିନ୍ନ ଜାଗାରେ ଆମ୍ବୁଲାନ୍ସ ଜାମରେ ଫସି ଯାଇଥିଲା । ପଟିଆ ଘରୋଇ ହସ୍ପିଟାଲରେ ପହଁଞ୍ଚିବାକୁ ପ୍ରାୟ ୧ ଘଣ୍ଟା ଲାଗିଥିଲା । ବିଳମ୍ବ ଯୋଗୁଁ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା କହିଲେ ସମ୍ପର୍କୀୟ ।

LEAVE A REPLY

Please enter your comment!
Please enter your name here