ଶୁକ୍ରବାର ଦିନ ଓଡିଆ ଫିଲ୍ମ ‘ପ୍ରଥା’ର ପ୍ରିମିୟର ସୋ ବେଳେ ହଲ୍ ବାହାରେ ବାଇଟ୍ ନେବାକୁ ଅପେକ୍ଷା କରିଥିବା ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡା ମାରିତିବା ଅଭିଯୋଗରେ ଫିଲ୍ମ ପ୍ରୟୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମହିଳା ସାମ୍ବାଦିକ ଦେବସ୍ମିତା ଗତକାଲି ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ମହିଳା କମିଶନ ନିଜଆଡୁ ମାମଲା ରୁଜୁ କରି କମିଶନରେଟ ପୋଲିସକୁ ରିପୋର୍ଟ ମାଗିବା ପରେ ଆଜି ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ଅସଦାଚରଣ କରିବା, ଅଶାଳିନ ମନ୍ତବ୍ୟ ଦେବା, ବେଆଇନ ଭାବେ ଅଟକାଇବା ଅଭିଯୋଗ ଉପରେ ବିଭିନ୍ନ ଦଫା ଲଗାଇଛି ପୋଲିସ । ମହିଳା ସାମ୍ବାଦିକଙ୍କ ଅଭିଯୋଗ ପରେ ଗତକାଲି ପୋଲିସ ସିନେମା ହଲକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଘଟଣାର ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ କରିବାକୁ ମହିଳା ସାମ୍ବାଦିକମାନଙ୍କ ପ୍ରତିନିଧି ଦଳ ଡିସିପିଙ୍କୁ ଦେଖା କରି ଦାବି କରିଛନ୍ତି ।
ଅଭିନେତା ମନୋଜ ମିଶ୍ର ଓ ପ୍ରଯୋଜକ ଟୁଟୁ ନାୟକଙ୍କ ବିବାଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ମହିଳା ସାମ୍ବାଦିକଙ୍କ ଏତଲା ଟୁଟୁ ନାୟକଙ୍କୁ ଅଡୁଆରେ ପକାଇ ଦେଇଛି । ତେବେ ସାମ୍ବାଦିକଙ୍କୁ ଭୁଲ୍ ମାଗି ଘଟଣାର ପରିସମାପ୍ତି ଘଟାଇବାକୁ ଟୁଟୁଙ୍କ ବନ୍ଧୁମାନେ ଉଦ୍ୟମ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here