ମଧ୍ୟପ୍ରଦେଶ, ରାଜସ୍ଥାନ , ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ପାଂଚଟି ରାଜ୍ୟର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଏବଂ ଅନ୍ୟ ଚାରୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ. ମଧ୍ୟପ୍ରଦେଶ ଓ ମିଜୋରାମରେ ୨୮ ନଭେମ୍ବରରେ ଏବଂ ରାଜସ୍ଥାନ ଓ ତେଲେଙ୍ଗାନାରେ ୭ ଡିସେମ୍ବରରେ ଭୋଟ ଗ୍ରହଣ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ ୧୨ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ଏହି ସମସ୍ତ ରାଜ୍ୟର ନିର୍ବାଚନ ଗଣତି ୧୧ ଡିସେମ୍ବରରେ କରାଯିବ । ଏହି ସମସ୍ତ ରାଜ୍ୟରେ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ସୁଚନା ଅନୁସାରେ ଛତିଶଗଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରି ୫ରେ ଶେଷ ହେବାକୁ ଥିବାବେଳେ ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜାନୁଆରି ୭ରେ , ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ଜାନୁୟାରୀ ୨୦ରେ ଏବଂ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୫ରେ ଶେଷ ହେବ । ତେବେ କାର୍ଯ୍ୟକାଳ ଶେଷ ପୂର୍ବରୁ ଭଙ୍ଗ ହୋଇଥିବା ତେଲେଙ୍ଗାନା ବିଧାନସଭା ପାଇଁ ବିଧିବଦ୍ଧ ନିର୍ବାଚନ ବିଜ୍ଞପ୍ତି ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here