ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡିଶା । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଅର୍ଥାତ୍ ସକାଳ ୧୦ ଟା ୫ରୁ ୧୦ଟା ୨୦ ମଧ୍ୟରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ନିକଟରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବା ପରେ ଘରେ ଘରେ ନୂଆ ଖାଇବେ ଲୋକେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସେହିପରି ବଲାଙ୍ଗିରିର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ସୋନପୁରର ସୁରେଶ୍ୱରୀ କଳାହାଣ୍ଡିର ମାଣିକେଶ୍ୱରୀ ପିଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ । ନୂଆଖାଇ ପାଇଁ ଘରେ ଘରେ ପିଠା ପ୍ରସ୍ତୁତି ଚାଲିଛି । ଘରର ସବୁ ସଦସ୍ୟ ଏକାଠି ବସି ନୂଆ ଖାଇବା ସହ ଇଙ୍ଗ ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି ।