ଆଜିଠାରୁ ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ‘ଆପାଚି’ ହେଲିକପ୍ଟର । ଦୁନିଆର ସବୁଠାରୁ ଲଢୁଆ ଏଏଚ ୬୪-ଇ ଏହି ହେଲିକପ୍ଟରକୁ କୁହାଯାଇଛି । ଆମେରିକା ସେନା ଏହି ‘ଆପାଚି’ ହେଲିକପ୍ଟର ବ୍ୟବହାର କରିଥାନ୍ତି । ଆଠଟି ‘ଆପାଚି’ହେଲିକପ୍ଟର ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ସୂଚନା ରହିଛି । ୨୦୧୫ରେ ଭାରତ ଓ ଆମେରିକା ମଧ୍ୟରେ ଏହି ହେଲିକପ୍ଟର କିଣିବାକୁ ଚୁକ୍ତି ହୋଇଥିଲା । ଏହି ହେଲିକପ୍ଟରର ମୂଲ୍ୟ ୪.୧୬୮ କୋଟି ଟଙ୍କା ରହିଥିବା ବେଳେ,ଆମେରିକା ବିମାନର ସବୁଠାରୁ ବଡ କମ୍ପାନୀ ବୋଇଙ୍ଗ ଠାରୁ ୨୨ଟି ‘ଆପାଚି’ ହେଲିକପ୍ଟର କିଣିବା ପାଇଁ ଭାରତ ପ୍ରାୟ ତିନି ଅରବ ଡଲାର ଚୁକ୍ତିନାମା କରିଥିଲା । ‘ଆପାଚି’ ହେଲିକପ୍ଟର ଘଣ୍ଟା ପ୍ରତି ୨୯୩ କି.ମି ବେଗରେ ଉଡିପାରେ ଏବଂ ଏହାର ସାମ୍ନାରେ ଲାଗିଥିବା ସେନସର ସାହାର୍ଯ୍ୟରେ ରାତିରେ ମଧ୍ୟ ଉଡାଣ ଭରିପାରେ । ଏହି ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବଢିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here