ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଯାଏଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ରିୟାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପୁରୀର ଭତ୍ତିଭୂମି ବିକାଶ ଓ ନିରାପତ୍ତା ପାଇଁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କୁ ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ । ଅଧିଗୃହିତ ଅଂଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ଘୋଷଣା କରିଛନ୍ତି । ଉଚ୍ଛେଦ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ହଜାର ଟଙ୍କା ମିଳିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଂଚଳରୁ ବିସ୍ଥାପିତ ପରିବାର ପାଇଁ ମଧ୍ୟ ଏହି ପ୍ୟାକେଜରେ ସାମିଲ କରାଯାଇଛି । ବିସ୍ଥାପିତ ଘର କିମ୍ବା ଜମି ପାଇବା ଯାଏଁ ଘର ଭଡ଼ା ମଧ୍ୟ ପ୍ରଦାନ କରାଯିବ । ବିସ୍ଥାପିତ ପରିବାର ଜମି, ଘର ପାଇବା ଯାଏଁ ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ । ବିସ୍ଥାପିତ ପରିବାର ପାଇଁ ୩ଟି ଇଚ୍ଛାଧିନ ସହାୟତା ରହିଛି । ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ନେଇପାରିବେ
୨.ମନ୍ଦିରର ଦେଢ କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର କିମ୍ବା ଏନ୩.ଶ୍ରୀମନ୍ଦିରର ୨କିମି ଭିତରେ ୪୦ଞ୍ଚ୨୫ ଫୁଟର ଜାଗା
୩.ଶ୍ରୀମନ୍ଦିରର ୨କିମି ଭିତରେ ୪୦ଞ୍ଚ୨୫ ଫୁଟର ଜାଗା ବିସ୍ଥାପିତ ପରିବାର ଏହି ତିନୋଟି ସହାୟତା ମଧ୍ୟରୁ ଯେ କୈାଣସି ଗୋଟିଏ ବାଛି ପାରିବେ । ଏକାକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ପାଇବେ ନାହିଁ । ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକାକାଳୀନ ୫୦ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ଦୋକାନୀଙ୍କ ପାଇଁ ମଧ୍ୟ ଦୁଇ ପ୍ରକାର ସହାୟତା ରହିଛି ।
\n୧. ସାନ, ମଧ୍ୟମ, ବଡ଼ ଦୋକାନ ପାଇଁ ମାସିକ ୫,୧୦, ୧୦ହଜଚାର ଟଙ୍କା ଭଡ଼ା \n୨.ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଦୋକାନ ଉପଲବ୍ଧ କରା ଯାଇ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯିବ\nରାଜ୍ୟ ସରକାର ଲଜ୍ ଅଧିଗ୍ରହଣ ପାଇଁ ମଧ୍ୟ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଏହା ସହ ୩ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରାଯାଇଛି ।\n

LEAVE A REPLY

Please enter your comment!
Please enter your name here