କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କୋଭିଡ ନିୟମ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସକୁ ମଧ୍ୟ ସଜାଗ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଯେଭଳି କାମ କରିଥିଲେ, ସେହିଭଳି ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସଚେତନ କରିବାକୁ ଆଇ ଆଣ୍ଡ ପିଆର ବିଭାଗକୁ ନିର୍ଦ୍ଦେଶ ଦେଲେ । ଏନେଇ ସ୍ୱତନ୍ତ୍ର କ୍ୟାମ୍ପେନ କରି ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ । ମାସ୍କ, ସାମାଜିକ ଦୂରତ୍ୱ, ହାତ ଧୋଇବା ସଚେତନତା ପାଇଁ ନିର୍ଦ୍ଦେଶ । ସଚେତନତା ପାଇଁ ମିଶନ ଶକ୍ତି , ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ ପାଇଁ କହିଲେ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।