କରୋନା ପ୍ରତିଷେଧକ ଟୀକା ପାଇଁ ସାରା ଦୁନିଆରେ କସରତ ଚାଲିଥିବା ବେଳେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟୀକାକକୁ ଅନୁମତି ଦେଇଛି ବ୍ରିଟେନ । ବ୍ରିଟେନ ଏହି ଟୀକାକୁ ଅନୁମତି ଦେବା ସହ ଦଶକୋଟି ଡୋଜ୍ ମଧ୍ୟ ମଗାଇଛି । ବ୍ରିଟେନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅକ୍ସଫୋର୍ଡ ଟୀକାକୁ ଅନୁମତି ଦିଆଯିବା ସଂପର୍କରେ ଘୋଷଣା କରାଯାଇଛି । ତେବେ କରୋନା ଟୀକାକୁ ବ୍ରିଟେନ ଅନୁମତି ଦେବା କ୍ଷେତ୍ରରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ହେଉଛି ଦ୍ବିତୀୟ ଟୀକା । ବ୍ରିଟେନର ଅନୁମତି ପରେ ଭାରତ ସରକାର ମଧ୍ୟ ଏହି ଟୀକାକୁ ଅନୁମତି ଦେବା ନେଇ ସମ୍ଭାବନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here