ନେପାଳ ରେ ଫସିଛନ୍ତି ଶତାଧିକ ଓଡ଼ିଆ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ । ପଟ୍ଟାମୁଣ୍ଡାଇ, ଆଳି ଅଞ୍ଚଳର ଏକାଧିକ ଲୋକ ନେପାଳରେ ଦାଦନ ଖଟୁଥିବା ବେଳେ ଏବେ ଫସି ରହିଥିବା ପରିବାର ଲୋକ କହିଛନ୍ତି ।
ନେପାଳରେ ଓଡ଼ିଆ ଫସିଥିବା ଖବର ପାଇବା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ହିଂସା ଯୋଗୁଁ ଫସି ରହିଥିଲେ ।ଫସିଥିବା ଖବର ଆସିବାର ୫ ଘଣ୍ଟା ମଧ୍ୟରେ ଓଡ଼ିଶା ସରକାର ଭାରତର ରାଷ୍ଟ୍ରଦୂତ ଡ. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଅଣାଯାଇଛି।














