ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ. ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନେ ଧାରଣା ଦେଇଛନ୍ତି. କୃଷକ ସଂଗଠନ ପକ୍ଷରୁ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି. ଗୁରୁବାର ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ. ବିଭିନ୍ନ ଜାଗାରେ ରାସ୍ତା ଅବରୋଧ ସହ ରେଳ ରୋକ ମଧ୍ୟ କରାଯାଇଛି. ଯାତ୍ରୀବାହି ବସ ଗୁଡିକୁ ଛାଡି ଅନ୍ୟ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଛି. ବାରମ୍ବାର ଧାରଣା ପରେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି. ଅନ୍ୟପଟେ ସଂଗଠନ କର୍ମୀ ଶେଷଦେବ ଓ ଦୁର୍ଗାଙ୍କୁ ଅଟକ ରଖିଛି ପୋଲିସ. କୃଷକ ସଂଗଠନର ଏହି ଡାକରାକୁ ଜୋରଦାର ସମର୍ଥନ ଦେଇଛି ବିଜେପି ଓ କଂଗ୍ରେସ.

LEAVE A REPLY

Please enter your comment!
Please enter your name here