କାଳଜୟୀ ରାଜନେତା, ପ୍ରଖାତ କବି ତଥା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପଞ୍ଚଭୁତରେ ଲୀନ ହୋଇଯାଇଛନ୍ତି। ବୈଦିକ ମନ୍ତ୍ରପ୍ରଚାର ତଥା ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଦିଲ୍ଲୀର ସ୍ମୃତିସ୍ଥଳଠାରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ ବିଦାୟ ଦେଇଛି ଦେଶ। ତିନି ସେନା ମୁଖ୍ୟଙ୍କ ସହ ତୋପ ସଲାମି ଦିଆଯାଇଥିଲା ଭାରତର ଏହି ସୁଯୋଗ୍ୟ ବ୍ୟକ୍ତିତ୍ୱଙ୍କୁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ର ପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଅଶ୍ରୁଳ ବିଦାୟ ଦେଇଥିଲେ। ତାଙ୍କ ପୋଷ୍ୟ କନ୍ୟା ନମିତା ଅଟଳ ମୁଖାଗ୍ନୀ ଦେଇଛନ୍ତି। ଅନ୍ତିମ ସଂସ୍କାର ପରିବାର ବର୍ଗଙ୍କ ହାତରେ କରାଯାଇଛି। ସ୍ମୃତି ସ୍ଥଳକୁ ଦେଖିଲେ ବାରି ହୋଇପଡୁଥିଲା ଦେଶଭକ୍ତ ବାଜପେୟୀଙ୍କ ଲୋକପ୍ରିୟତା।

LEAVE A REPLY

Please enter your comment!
Please enter your name here