ତିନ୍ ତଲାକ ଆଇନ ଆସିବା ପରେ ଦେଶରେ ପ୍ରଥମ ଘଟଣା ସମ୍ନାକୁ ଆସିଛି । କେନ୍ଦ୍ରାପଡା ପଟାମୁଣ୍ଡାଇରେ ମୁସଲିମ ମହିଳାଙ୍କୁ ତିନ୍ ତଲାକ୍ ଦେଲେ ସ୍ୱାମୀ । ହାଇଦ୍ରାବାଦରେ ରହୁଥିବା ସ୍ୱାମୀ ତାଙ୍କ ସ୍ତ୍ରୀକୁ ଫୋନ କରି ତିନି ଥର ତଲାକ୍ ତଲାକ୍ ତଲାକ୍ କହି ସମ୍ପର୍କ କାଟିଛନ୍ତି । ପାଞ୍ଚବର୍ଷ ପୂର୍ବେ ଆଶିକ ସୋଫିଆ ଖାନଙ୍କୁ ମହିଳା ଜଣଙ୍କ କୋର୍ଟରେ ବିବାହ କରିଥିଲେ । ଏଠାରେ ଦୁଇମାସ ରହିବା ପରେ ତାଙ୍କ ସ୍ତ୍ରୀଙ୍କୁ ହାଇଦ୍ରାବାଦ ନେଇଯାଇଥିଲେ । ସେଠାରୁ ଫେରି ପିଡୀତାଙ୍କୁ ପଟ୍ଟାମୁଣ୍ଡାଇ ଘରେ ଛାଡି ଦେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଶାରୀରିକ , ମାନସିକ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପିଡୀତାଙ୍କର ୪ମାସର ଶିଶୁ ରହିଛି । ତାକୁ ନେଇ ସେ ନିଜ ମାଙ୍କ ପାଖରେ ରହୁଛନ୍ତି । ଗତ କିଛି ଦିନ ତଳେ ଫୋନ ଯୋଗେ କଥା କଟା କଟି ଯୋଗୁଁ ସ୍ୱାମୀ ତାଙ୍କୁ ତିନ୍ ତଲାକ ଦେଇ ଫୋନ କାଟି ଦେଇଥିଲେ । ଏପରିକି ହାଇଦ୍ରାବାଦରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ପିଡୀତା ଜଣକ ଅଭିଯୋଗ କରିଛନ୍ତି । ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ସେ କହିଛନ୍ତି । ଅଭିଯୋଗ ପରେ ପୋଲିସ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ଆଶିକ ସୋଫିଆ ଖାନଙ୍କୁ ଏଠାକୁ ଡକାଇଛି । ଉଭୟ ପକ୍ଷକୁ ବସାଇ ସମସ୍ୟାର ସମାଧାନ କରାଯିବ । ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here