କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ନିବିଡ । ସାତ ଜନ୍ମର ଅତୁଟ ବନ୍ଧନ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ବୁଝାଇଥାଏ । ହେଲେ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ୱାମୀ ପାଲିଟିଛି ସଇତାନ । ନିଜ ସ୍ତ୍ରୀ ଏବଂ ଝିଅକୁ ଛାରାମାଡ କରିଛି ଆନ୍ଧ୍ରବ୍ୟାଙ୍କ ଲେନର କେ.ରଘୁନାଥ । ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଓ ଝିଅକୁ ଛୁରାମାଡ କରିଛି । ପାରିବାରିକ କଳହକୁ ନେଇ ପ୍ରତିଦିନ ରଘୁନାଥ ମଦ୍ୟପାନ କରି ଘରେ ଗଣ୍ଡଗୋଳ କରୁଥିଲା । ହେଲେ ଆଜି ଏହା ଉଗ୍ର ରୂପ ନେଇଥିଲା । ଛୁରାମାଡ କରି ଦୁହିଁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ଚାଲିଯାଇଥିଲ ରଘୁନନ୍ଦନ । ମା ଓ ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପଡୋଶୀ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ତ୍ତଭର୍ତ୍ତି କରିଛନ୍ତି । ସେମାନଙ୍କ ମୁଣ୍ଡ,ଛାତି,ପିଠି ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ହେଲେ ଏ ଯାଏଁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here