କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ ତରଫରୁ ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଶ୍ରମିକ,ଶିଶୁ ଚାଲାଣ ବନ୍ଦ କରିବାକୁ,ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶୋଭାଯାତ୍ରାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କେଗାଁ ପୋଲିସ ସାମିଲ ହୋଇଥିଲେ । ଏଠାରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ସୁବାଷ ଚନ୍ଦ୍ର କର୍କରା,ଏ.ଏସ.ଆଇ. ସୁମଲ ବଗ,ଏ.ଏସ.ଆଇ.ଗୁଣନିଧି ସାହୁ ଓ ଆଞ୍ଚଳିକ ବିଦ୍ୟାଳୟର ସମସ୍ତ କର୍ମଚାରି ଏହି ସଚେତନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here