ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଚରା ଉଚୁରା ପରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା କେନ୍ଦ୍ରାପଡା ଏସପି କହିଛନ୍ତି ।
ପୋଲିସ ସୂଚନା ଅନୁସାରେ, ଘଟଣାର କିଛି ସମୟ ପୂର୍ବରୁ ପ୍ରମୋଦ ଯୁବତୀଙ୍କ ସହ କଥା ହୋଇଥିଲେ। ଜୁଲାଇ ୧୭ ତାରିଖରେ ସେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କୁ ପଠାଇଥିଲେ, ତା ସହିତ ଆଉ ଦୁଇଜଣଙ୍କ ମୋବାଇଲରେ ମଧ୍ୟ ପ୍ରସାରଣ କରିଥିଲେ। କାଠିଆପଡାର ଗୋଟିଏ ପଡୋଶୀଙ୍କ ଘରରେ ଥିବା ସିସିଟିଭିରୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ମୃତକଙ୍କ ବାପାଙ୍କ ଘରୁ ବାହାରିବା ଏବଂ ପୁନର୍ବାର ଫେରିବାର ଦୃଶ୍ୟ ମଧ୍ୟ ରେକର୍ଡ ହୋଇଛି। ସେହି ଦିନ ପୁଣି ୧୧ଟା ୪୦ରେ ଗାଁରେ ଲୋକଙ୍କ ଭିଡ଼ ଓ ଧାଁଦୌଡ଼ କରୁ ଥିବାର ଦେଖାଯାଇଥିଲା।

ସିସି କ୍ୟାମେରା ଫୁଟେଜ୍ ଘଟଣାର ଅସଲ ଚିତ୍ରକୁ ସାମ୍ନାକୁ ଆଣିପାରେ ବୋଲି ଅନୁମାନ କରାଯାଉଛି, କାରଣ ମୃତକଙ୍କ ବାପା ଓ ମାଆଙ୍କ ଦ୍ୱାରା କହିଥିବା ସମୟସୂଚୀ ସହିତ ଫୁଟେଜ୍‌ର ସମୟର ମେଳ ଖାଉ ନାହିଁ।
ଘଟଣା ପରେ, ପୋଲିସ ପ୍ରଥମେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା, ଯାହାଙ୍କ ମୋବାଇଲରୁ ଅଶ୍ଳୀଳ ଭିଡିଓ ମିଳିଥିଲା। ଏହା ପୂର୍ବରୁ, ଅଗଷ୍ଟ ୪ରେ ଯୁବକ ଙ୍କୁ ଗିରଫ କରି କେନ୍ଦ୍ରାପଡା ପୋଲିସ ମୁଖ୍ୟାଳୟକୁ ଆଣାଯାଇଥିଲା।
ଜଣାପଡ଼ିଛି, ପୂର୍ବତନ ପ୍ରେମିକଙ୍କ ନିରନ୍ତର ବ୍ଲାକମେଲିଂ ଓ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପ୍ରସାରଣର ଧମକରେ, ଯୁବତୀ ଆତ୍ମହତ୍ୟାର ପଥ ବାଛିଥିଲେ। ପରିବାର ପୋଲିସଙ୍କୁ ଅଭିଯୋଗ କଲେ ମଧ୍ୟ, ଏଫଆଇଆର ରୁଜୁ ହୋଇନଥିଲା। ବଦଳରେ, ପୋଲିସ ସୋସିଆଲ ମିଡିଆରେ ଯୁବକଙ୍କୁ ବ୍ଲକ କରିବାକୁ ପରାମର୍ଶ ଦେଇଥିଲେ। ଛଅ-ସାତ ମାସ ଧରି ଏହି ଘଟଣା ଚାଲିଥିଲା, ଏବଂ ଶେଷରେ ଘରେ କେହି ନଥିବା ବେଳେ ସେ କିରୋସିନି ଢାଳି ନିଜକୁ ଅଗ୍ନିଦାହ କରିଥିଲେ।

LEAVE A REPLY

Please enter your comment!
Please enter your name here