୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ମଧ୍ୟପ୍ରଦେଶ , ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ଝଟକା ଲାଗିଛି । ଦିନ ୧ଟା ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୧୨ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୦୮ଟି ଆସନରେ ଆଗୁଆ ରହିଛି । ସେହିପରି ରାଜସ୍ଥାନରେ ୧୯୯ ଟି ଆସନରୁ କଂଗ୍ରେସ ୯୨ ଆସନରେ ଆଗୁଆ ଥିବାବେଳେ ଓ ବିଜେପି ୮୪ ଆସନରେ ଆଗୁଆ ରହିଛି । ଛତିଶଗଡରେ ୯୦ ଆସନରୁ କଂଗ୍ରେସ ୫୮ ଆସନରେ ଆଗୁଆ ଥିବାବେଳେ ବିଜେପି ୨୩ଆସନରେ ଆଗୁଆ ରହିଛି । ତେଲେଙ୍ଗାନାରେ ଟିଆରଏସ ଆଗୁଆ ଥିବାବେଳେ ମିଜୋରାମରେ ଏମଏନଏଫ ଆଗୁଆ ରହିଛି । ମଧ୍ୟପ୍ରଦେଶ , ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଥିବାବେଳେ କଂଗ୍ରେସ ଆଗୁଆ ରହିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତିନୋଟି ଯାକ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କଡ୍ଡା ଟକ୍କର ଦେଇଛି ।