ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି  ଚତୁର୍ଦ୍ଧା ମୁରତି । ଜଗତର ନାଥ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଓ ଭଉଣୀଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି । । ବେଢ଼ା ବାହାରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବା ପରେ ମନ୍ଦିର ପରିସରରେ ଥିବା ସ୍ୱର୍ଣ୍ଣକୂପର ୧୦୮ ଗରା ଜଳରେ ସ୍ନାନ କରିଛନ୍ତ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ପାଇଁ ମନ୍ଦିର ପ୍ରଶାସନ କାର‌୍ୟ୍ୟସୂଚୀ ପ୍ରସ୍ତୁତ କରିଛି । ଏହି ଆଧାରରେ ଆଜି ସାଢ଼େ ୩ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବେ । ଅପରାହ୍ଣ ସାଢ଼େ ୩ଟାରୁ ଶ୍ରୀଜିଉଙ୍କ ହାତୀବେଶ ଅନୁଷ୍ଠିତ ହେବ । ସେହିଭଳି ରାତି ୭ଟାରୁ ସାହାଣମେଳା ନୀତି ଆରମ୍ଭ ହେବ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଠାରୁ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହେବ । ସ୍ନାନଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବାତ୍ୟା ଫନି ପରେ ପୁରୀର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦର୍ଶକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ରବିବାର ରାତି ସୁଦ୍ଧା ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୋଲିସ ଅଧିକାରୀ ଓ ୧୨୪ ସେକ୍ସନ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here