କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରଭାବ ଏବେ ସାରା ଦେଶର ଡାକ୍ତରଙ୍କ ଉପରେ ପଡିଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ଘୋର ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ଏବେ ସାରା ଦେଶର ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି। ସୋମବାର ଦିନ ଅର୍ଥାତ ଜୁନ ୧୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତି ଆଇଏମଏ। ଏହା ସହିତ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି ଦିଲ୍ଲୀ ଏମ୍ସ ଡାକ୍ତର ସଙ୍ଘ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏନଆରଏସ ମେଡିକାଲ କଲେଜରେ ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ନିର୍ମମ ଭାବେ ମାଡ଼ ମାରିବା ଘଟଣାର ପ୍ରଭାବ ସାରା ଦେଶର ଡାକ୍ତରଙ୍କ ଉପରେ ପଡ଼ିଛି। ଅନେକ ରାଜ୍ୟରେ ବଡ଼ ସଂଖ୍ୟାରେ ଡାକ୍ତର ହଡ଼ତାଳରେ ସାମିଲ ହୋଇଛନ୍ତି। ଡାକ୍ତରଙ୍କ ଏହି ହଡ଼ତାଳ ଫଳରେ ମୁମ୍ବାଇ, କୋଲକାତା, ନାଗପୁର, ପାଟନା, ହାଇଦ୍ରାବାଦ, ବାରଣାସୀ ସମେତ ଅନେକ ସହରର ସ୍ଵାସ୍ଥ୍ୟସେବା ଠପ୍ ହୋଇ ପଡିଛି। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗରେ ୪୩ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଉଥିବା ଡାକ୍ତରଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here