୫ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସକୁ ଉତ୍ସାହିତ କରିଛି । ତିନୋଟି ରାଜ୍ୟରେ ବିଜେପିର ପରାଜୟ କଂଗ୍ରେସକୁ ଉସôବ ମୁଖର କରିଦେଇଛି । ଓଡିଶାରେ କଂଗ୍ରେସର ସ୍ଥିତି ଭଲ ନଥିଲେ ମଧ୍ୟ କଂଗ୍ରେସ ଭବନରେ ଏ ଦୃଶ୍ୟ ଦେଖିଲେ ଆପଣ ବି ଅନୁଭବ କରିପାରିବେ, ନିର୍ବାଚନ ଫଳ ରାଜ୍ୟରେ କଂଗ୍ରେସ ନେତାଙ୍କ ମନରେ କେତେ ବିଶ୍ୱାସ ସୃଷ୍ଟି କରିଛି ।
ଟିକେ ଭଲ କରି ଦେଖନ୍ତୁ , ଆଜ୍ଞା ହଁ ଏ ହେଉଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ । ସେଲିବ୍ରେସନ ମୁଡରେ ଅଛନ୍ତି ସୁର ବାବୁ । କଂଗ୍ରେସ ଜିତିବା ଖୁସିରେ ଆତ୍ମ ବିଭୋର ହୋଇପଡିଛନ୍ତି ସୁର ବାବୁ । ସକାଳୁ ସକାଳୁ କଂଗ୍ରେସ ଭବନରେ ବାଣ ଫୁଟା ସହ ଜମିଥିଲା ନାଚ ଗୀତର ଆସର । ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମିମାନେ ବିଜୟର ଖୁସି ମନାଇଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାରରେ ନଥିବା ଅବସ୍ଥାରେ ରାହୁଲ ଗାନ୍ଧୀ ବହୁତ କିଛି ପ୍ରତିଶୃତି ଦେଶବାସୀଙ୍କୁ ଦେବା ଆରମ୍ଭ କରିଦେଇଛନ୍ତି । ରାହୁଲ ଗାନ୍ଧୀ ଜାଣିଛନ୍ତି ଯେ, ୨୦୧୯ ନିର୍ବାଚନରେ ସେ ସରକାରକୁ ଆସିବେ ନାହିଁ । ଲୋକଙ୍କୁ ବିଭ୍ରାନ୍ତ କରିବାରେ ରାହୁଲ ଗାନ୍ଧୀ ବ୍ୟବସ୍ଥା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here