ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ । ଛତରଯାତ୍ରାରେ ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶରୀଙ୍କ ପୀଠ । ମା’ଙ୍କ ଛତର ଯାତ୍ରା ଜେନାଖୋଲରୁ ବାହାରି ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ୫ କିମି ରାସ୍ତା ଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଜୟ ମା ମାଣିକେଶ୍ୱରୀ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଘୁମୁରା ବାଦ୍ୟ, ଘଣ୍ଟୁଆ, ନାଗରା ବାଜା, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାଧ୍ୟମରେ ମା’ଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା ।
ଅନ୍ୟପଟେ ମାନସିକଧାରୀମାନେ ଦେବୀଙ୍କ ଛତର ଆସିବା ରାସ୍ତାର ଦୁଇ କଡରେ ପୂର୍ବରୁ ପ୍ରସ୍ତୁତ ହୋଇ ଶହଶହ ବୋଦାବଳି ଦେଇଥିଲେ । ଲୋକଙ୍କ ଭାବନା ପରମ୍ପରା ଓ ମାନସିକତା ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଛି । ଲକ୍ଷାଧିକ ଜନସମାଗମ ଯୋଗୁ ଜିଲ୍ଲା ପୋଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା । ଶେଷରେ ମା ମାଣିକେଶ୍ୱରୀ ମୁଖ୍ୟ ମନ୍ଦିରରେ ପହଁଞ୍ଚିବା ପରେ ଛତର ଯାତ୍ରା ସମାପନ ହୋଇଛି । ତେବେ ଏ ପଶୁ ବଳୀ କେବଳ ଚଳିତ ଥର ନୁହେଁ ବରଂ ପ୍ରତ୍ୟକ ବର୍ଷ ଏପରି ବଳୀ ଭକ୍ତମାନେ ଦେଉଥିବାର ଦେଖାଯାଇଛି । ସରକାର ପଶୁବଳୀ ନଦେବା ପାଇଁ କହୁଥିଲେ ମଧ୍ୟ ଲୋକମାନେ ସରକାରଙ୍କ ନିୟମକୁ ଫୁ କରି ଉଡାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here