ଶେଷରେ ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି ଆୟାର । ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍‍ ପଠାଇଥିଲେ ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଅବସରରେ ଅଭିଜିତ କହିଛନ୍ତି ଯେ ମୁଁ ଟ୍ୱିଟରକୁ ଥଟ୍ଟା ପାଇଁ ବ୍ୟବହାର କରିଥାଏ । କିନ୍ତୁ ଏହା ଠିକ ନୁହେଁ ବୋଲି ଏବେ ବୁଝୁଛି । ମୋର ଓଡ଼ିଶା ପ୍ରତି ଉଚ୍ଚ ସମ୍ମାନବୋଧ ରହିଛି। ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଅବଦାନ ଅନେକ । ଓଡ଼ିଶା ବିଷୟରେ ଅଧିକ ଜାଣିବାକୁ ଯାଇଥିଲି । ଭିଡିଓରେ ଦେଇଥିବା ମନ୍ତବ୍ୟରେ କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା । ଯଦି ମୋ ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇଛି ସେଥିପାଇଁ ମୁଁ ଦୁଃଖିତ । ସୋସିଆଲ ମିଡିଆରେ ମଜା ଉଦ୍ଦେଶ୍ୟରେ କୌଣସି ଟପ୍ପଣୀ ଦେବା ପୂର୍ବରୁ ହଜାର ଥର ଭାବିବା ଆବଶ୍ୟକ ବୋଲି କହିଛନ୍ତି ଅଭିଜିତ । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ମତ ଦେଇ ଅଭିଜିତ କହିଛନ୍ତି ଯେ ବୈଜୟନ୍ତଙ୍କ ସହିତ ବୁଲିବାକୁ ମୁଁ ଯାଇ ନଥିଲି। ବୈଜୟନ୍ତଙ୍କ ସହିତ ମୋର ବନ୍ଧୁତା ନାହିଁ । ଥରେ ଦି ଥର ତାଙ୍କ ସହିତ ସାକ୍ଷାତ ହୋଇଛି। ସେ ମୋର କୌଣସି ବନ୍ଧୁ ନୁହଁନ୍ତି ବୋଲି କହିଛନ୍ତି ଅଭିଜିତ ।
ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଅଭିଜିତ ଆୟାର । ଆସନ୍ତା ୨୨ ତାରିଖରେ ଓଡିଶା ଆସିବେ ଓ ୨୩ ତାରିଖରେ ଗୃହ କମିଟି ନିକଟରେ ହାଜରେ ହେବେ ଅଭିଜିତ ଆୟାର ।

LEAVE A REPLY

Please enter your comment!
Please enter your name here