ପାରଳାଖେମୁଣ୍ଡି ମହାରାଜାଙ୍କ ପରଲୋକ । ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଦେହାନ୍ତ ଘଟିଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ହୃଦୟ ଜନିତ ରୋଗରେ ପିଡୀତ ଥିଲେ । ଅସୁସ୍ଥତା ପରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚେନ୍ନାଇରେ ଚିକିତ୍ସା ପରେ ୨୦୧୭ ଜାନୁଆରୀ ୬ରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସା ହେବାପରେ ଆଜି ତାଙ୍କର ପରଲୋକ ଘଟିଛି । ପାରଳାଖେମୁଣ୍ଡିରେ ହେବ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ । ତାଙ୍କୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡିକୁ ନିଆଯାଉଛି । ପାରଳାଖେମୁଣ୍ଡି ମହାରାଜା ଗୋପିନାଥ ଗଜପତି ନାରାୟଣ ଦେବ ମାର୍ଚ୍ଚ ୬ ତାରିଖ ୧୯୪୩ରେ ଜନ୍ମ ଗ୍ରହଣ କରିଥିଲେ । ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ପୁଅ ହେଉଛନ୍ତି ଗୋପୀନାଥ ଗଜପତି । ସେ ବ୍ରହ୍ମପୁର ଲୋକସଭା ଆସନରୁ ସଂସଦକୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ନବମ ଓ ଦଶମ ଲୋକସଭାକୁ କଂଗ୍ରେସ ସାଂସଦଭାବେ ନିର୍ବାଚିତ ହୋଇଥିଲେ ଗୋପୀନାଥ ଗଜପତି । ଏହାପରେ ୧୯୯୮ରେ ସେ ବିଜେପିରେ ଯୋଗ ଦେଇଥିଲେ । ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ସେ ବିଜେପିରେ ରହିଥିଲେ । ୨୦୦୯ରେ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here