ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ଦାବିରେ ଏହି ବନ୍ଦ ପାଳନ କରାଯାଉଛି । କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଏହି ବନ୍ଦ ଯୋଗୁ ଆଜି ସକାଳୁ ମାଲକାନଗିରିରେ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସର ଅଭିଯୋଗ ଜିଲ୍ଲାପାଳ ଦୁର୍ନିତିରେ ଲିପ୍ତ ରହୁଛନ୍ତି । ଏଥିସହିତ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ଜିଲ୍ଲାପାଳଙ୍କୁ ଦାୟୀ କରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାପାଳଙ୍କୁ ବଦଳି କରାନଗଲେ ଆନ୍ଦୋଳନକୁ ଆହୁରୀ ତିବ୍ର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here