ମା ମାନେ ଜନ୍ମରୁ ନେତା । ସେମାନଙ୍କର ନେତୃତ୍ବ ନେବାର ସାମର୍ଥ୍ୟ ରହିଛି । ମା ମାନେ ଘର ଓ ପରିବାର ଯଦି ଚଳାଇପାରୁଛନ୍ତି, ଦେଶ କାହିଁକି ଚଳାଇ ପାରିବେ ନାହିଁ । ଆଜି ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ନବୀନ କହିଛନ୍ତି. ବିଜେଡି ମହିଳାଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି । ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟକୁ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଧାନସଭା ଓ ସଂସଦରେ 33 ପ୍ରତିଶତ ସଂରକ୍ଷଣ ପାଇଂ ବିଜେଡି ଦାବି କରିଆସୁଛି । ଗତ ନିର୍ବାଚନରେ ବିଜେଡି 33 ପ୍ରତିଶତ ସଂରକ୍ଷଣ ଦେଇଥିଲା । ବିଜେଡି କଥାରେ ନୁହେଁ, କାମରେ ବିଶ୍ବାସ କରେ ବୋଲି ସେ କହିଛନ୍ତି । ‘ନାରୀ ସମ୍ମାନ ବିଶ୍ୱ କଲ୍ୟାଣ’ ଏହା ହେଉଛି ଆଜିର ଆହ୍ବାନ । ସମସ୍ତ ମହିଳାମାନଙ୍କୁ ସମ୍ମାନ କରିବା ଓ ସେମାନଙ୍କ ପ୍ରତିଭା ଉପଯୋଗ କରିପାରିଲେ ବିଶ୍ୱ କଲ୍ୟାଣ ପାଇଁ କାମ ଦେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here