ପାକିସ୍ତାନକୁ ଚ୍ୟାଲେଞ୍ଜ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆଉ ସେହି ଚ୍ୟାଲେଞ୍ଜଟି ମାତ୍ର ଗୋଟିଏ ଫଟୋକୁ ନେଇ । ଡୋଭାଲ ପାକିସ୍ତାନକୁ କହିଛନ୍ତି , ଭାରତରେ ଯଦି ପାକ୍ ବିମାନ ଆସି କ୍ଷୟକ୍ଷତି କରିଛି ତେବେ ଗୋଟିଏ ଫଟୋ ପ୍ରଦାନ କର । ଆତଙ୍କୀଦେଶକୁ କଡ଼ା ଜବାବ ଦେଇଛନ୍ତି ଅଜିତ ଡୋଭାଲ୍ କହିଛନ୍ତି , ଦମ୍‌ ଅଛି ଯଦି ପ୍ରମାଣ ଦିଅ । ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନର ବାୟୁସେନା ଆକ୍ରମଣରେ ଭାରତକୁ ହୋଇଥିବା କ୍ଷତିର ଏକ ଫଟୋ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ଏହି ଅପରେସନ୍‌, ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କୀ ଆକ୍ରମଣର ଜବାବରେ ମେ ୭ରୁ ୧୦ ତାରିଖ ମଧ୍ୟରେ ଚାଲିଥିଲା, ଯେଉଁଥିରେ ଭାରତୀୟ ବାୟୁସେନା ପାକିସ୍ତାନର ନୂର ଖାନ୍ ଓ ସୋର୍କୋଟ ବାୟୁସେନା ଘାଟି ସମେତ ୧୩ଟି ଏୟାରବେସ୍ ଓ ୯ଟି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲା । ଆଇଆଇଟି ମାଡ୍ରାସରେ ଆୟୋଜିତ ୬୨ତମ ସମ୍ମିଳନୀରେ ଯୋଗଦେଇ ଡୋଭାଲ କହିଛନ୍ତି, ଭାରତ ୨୩ ମିନିଟ୍‌ରେ ପାକିସ୍ତାନର ନଅଟି ଆତଙ୍କବାଦୀ ଟାର୍ଗେଟ୍‌କୁ ସଠିକ୍‌ ଭାବେ ଟାର୍ଗେଟ୍‌ କରିଥିଲା । ପାକିସ୍ତାନ ମିଥ୍ୟା ଗୁଜବ ଖବର ଦେଖାଇ ପ୍ରକାଶ କରିଥିଲା ଯେ, ଭାରତରେ ପାକ୍‌ ଫାଇଟର ଜେଟ୍‌ ସହ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ହେଲେ ମୁହଁ ଖୋଲିଛନ୍ତି ଡୋଭାଲ କହିଛନ୍ତି, ପାକିସ୍ତାନର ଆକ୍ରମଣରେ ଭାରତୀୟ ବାୟୁସେନାର କିଛି ବିମାନ କ୍ଷତିଗ୍ରସ୍ତ ହୋଇଥିଲା, ଯାହାର ପ୍ରମାଣ ପାକିସ୍ତାନକୁ ସାମନାକୁ ଆଣିବା ଆବଶ୍ୟକ।

ତେବେ ସାଟେଲାଇଟ୍‌ ଚିତ୍ର ଅନୁଯାୟୀ, ପାକିସ୍ତାନ ଭାରତୀୟ ଘାଟିଗୁଡ଼ିକୁ କୌଣସି ବଡ଼ କ୍ଷତି ପହଞ୍ଚାଇ ପାରିନଥିଲା । ଡୋଭାଲ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧ ମଧ୍ୟରେ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଅପରେସନ୍‌ ସିନ୍ଦୂର ପାଇଁ ଗର୍ବିତ । ଏଥିପାଇଁ ଗର୍ବିତ ଯେ ଆମେ ଯୁଦ୍ଧ ସମୟରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛୁ । ଅପରେସନ ସିନ୍ଦୂର ଉପରେ ରିପୋର୍ଟ ପାଇଁ ବିଦେଶୀ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି ଡୋଭାଲ ଏବଂ ଭାରତରେ ଯେକୌଣସି ଧ୍ୱଂସର ଦୃଶ୍ୟ ଦେଖାଇବାକୁ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

LEAVE A REPLY

Please enter your comment!
Please enter your name here