କୋଣାର୍କ ମନ୍ଦିର ଓ ଓଡିଶାର ଗାରିମା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଙ୍ଗୀୟ ଯୁବକ ଅଭିଜିତ ଅୟାର ମିତ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି. ରାଜ୍ୟ ସରକାର ଅଭିଜିତଙ୍କ ଉପରୁ ସମସ୍ତ ଆରୋପ ପ୍ରତ୍ୟାହାର କରିନେଇଛନ୍ତି.କୋଣାର୍କ ଓ ସହିଦନଗର ଥାନାରେ ରୁଜୁ ମାମଲା ଉପରେ ହାଇକୋର୍ଟ ଜାମିନ ପ୍ରଦାନ କରିବା ସହ ଜାମିନବେଳେ ନିମ୍ନ ଅଦାଲତ ସର୍ତ୍ତ ରଖି ପାରିବେ ବୋଲି କହିଛନ୍ତି .ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସ୍ୱାଗତ କରିଛନ୍ତି . ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ବୋଲି ସେ କହିଛନ୍ତି. ଶ୍ରୀ ସ୍ୱାମୀ ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି. ଏଥିରୁ ଅଭିଜିତ୍ ଶିକ୍ଷାଲାଭ କରିବା ଉଚିତ୍ ବୋଲି ସେ କହିଛନ୍ତି. ଗତ ୪୦ରୁ ଅଧିକ ଦିନ ଝାରପଡା ଜେଲରେ ରହିଥିବା ଅଭିଜିତ୍ ଅସୁସ୍ଥତା କାରଣରୁ ନିକଟରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ. ତାଙ୍କ ବିରୋଧରେ ରାଜ୍ୟ ସରକାର କରିଥିବା ଫୌଜଦାରି ମୋକଦ୍ଦମାର ପୁର୍ନବିଚାର ପାଇଁ ଆବେଦନ କରିଥିଲେ. ଆୟାରଙ୍କ ଆବେଦନକୁ ବିଚାରକୁ ନେଇ ରାଜ୍ୟ ସରକାର ମୋକଦ୍ଦମା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି. ଫଳରେ ଖୁବଶୀଘ୍ର ଅଭିଜିତ ଜେଲରୁ ମୁକୁଳିବା ନିଶ୍ଚିତ ହୋଇଯାଇଛି.

LEAVE A REPLY

Please enter your comment!
Please enter your name here