ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏମ୍ସ ହସ୍ପିଟାଲରୁ ରହି ଅଧିବେସନରେ ଭାଗ ନେଇଛନ୍ତି । ଅଧିବେସନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିବା ପରେ ବିଭିନ୍ନ ଦଳର ନେତା ଓ ବିଧାୟକମାନେ ସ୍ମୃତିଚାରଣ କରିଥିଲେ । ଶୋକପ୍ରସ୍ତାବ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗୃହରେ ମରୁଡି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ତେବେ ମୁଲତବୀ ଆଲୋଚନାରେ ମରୁଡି ପ୍ରସଙ୍ଗ ରହିଥିବା ଦର୍ଶାଇ ବାଚସ୍ପତି ନରସିଂହଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ଏଥିରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ।

ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ସ୍ବଳ୍ପକାଳୀନ ଅଧିବେସନ ଆସନ୍ତା 9 ତାରିଖ ଯାଏଁ ଚାଲିବ । ଆଠଟି କାର୍ଯ୍ୟଦିବସ ଭିତରେ ସରକାର 12ଟି ବିଲ୍ ଆଣିବାକୁ ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here