ଗୋଆ ଏସସିଓ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସ୍ବାଗତ କରିଛନ୍ତି । ସ୍ବାଗତ କରିବାର କିଛି ସମୟ ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉପରେ କଡା ଆଭିମୁଖ୍ୟ ରଖିଛନ୍ତି । ପରୋକ୍ଷରେ ଆତଙ୍କବାଦକୁ ପ୍ରୋତ୍ସାହନ ନ ଦେବା ପାଇଁ ପାକିସ୍ତାନକୁ କଡା ଚେତାବନୀ ଶୁଣେଇଛନ୍ତି । ଗୋଆ ଏସସିଓ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗ, ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭଙ୍କ ସମେତ କିର୍ଗିଜସ୍ତାନ, କାଜାଖସ୍ତାନ, ଉଜବେକିସ୍ତାନ, ଚାଜିକସ୍ତାନ ପ୍ରଭୃତି ଦେଶର ବୈଦେଶିକ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ସୀମାନ୍ତରେ ଶାନ୍ତି ବଜାୟ ରଖିବା ଉପରେ ସମ୍ମିଳନୀରେ ଗୁରୁତ୍ବ ଦିଆଯାଉଛି । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ନ ଦେବା ଉପରେ ସେ ଗୁତ୍ବ ଦେଇଛନ୍ତି । ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ପାକିସ୍ତାନ ବୈଦେଶିର ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପ୍ରସଙ୍ଗରେ କୌଣସି ସୂଚନା ନାହିଁ ।
ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ ବା ଏସସିଓ 2001 ରେ ଆରମ୍ଭ ହୋଇଥିଲା । ଏହି ସଂଗଠନରେ ସଦସ୍ୟ ଭାବେ ଭାରତ ସମେତ ଋଷିଆ, ଚୀନ, ପାକିସ୍ତାନ, ଉଜବେକିସ୍ତାନ, ତାଜାକସ୍ତାନ, କାଜାଖସ୍ତାନ, କିର୍ଜିଗସ୍ତାନ ପ୍ରମୁଖ ରାଷ୍ଟ୍ର ସଦସ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here