ତିନିଜଣଙ୍କୁ ବିଭସô ହତ୍ୟା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁବୃତ୍ତ । ଗୋଟିଏ ପରିବାରର ତିନିଜଣଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୁରୀ ସତ୍ୟବାଦୀ ପଟ୍ଟନାୟକିଆ ଛକରେ ଟି୍ରପଲ ମର୍ଡର ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତଙ୍କ ପରିବାରର ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୁଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି । ସେଠାରେ ୪ ଫ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ରବିବାର ଅପରାହ୍ନରେ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ତିନିଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା । ଏମାନେ କୌଣସି କାମରେ ପଟ୍ଟନାୟକିଆକୁ ଆସିଥିବାବେଳେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି । ହତ୍ୟାକାଣ୍ଡ ପ୍ରତିବାଦରେ ସ୍ଥାନୀୟ ଲୋକ ପ୍ରାୟ ଦୁଇ ଘଣ୍ଟା ଧରି ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରିବା ସହିତ ପୋଡାଜଳା କରିଥିଲେ । ଅନ୍ୟପଟେ ଟ୍ରିପଲ ମର୍ଡରକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟୋଗଳ । ବିରୋଧୀ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋ ହାଲ୍ଲା କରିବା ସହିତ ପ୍ରଶ୍ନକାଳ ବାତିଲ କରି ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଫଳରେ ବାଚସ୍ପତି ସାଢେ ୧୧ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

LEAVE A REPLY

Please enter your comment!
Please enter your name here