ନୂଆପଡ଼ାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ନବୀନ । ଇସ୍ତାହାରରେ ନବୀନଙ୍କ ଫୋକସରେ ରହିଛନ୍ତି ମହିଳା । ମା’ମାନଙ୍କୁ ଗୁରୁତ୍ୱ ଦେଇ ନବୀନ କହିଛନ୍ତି ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ  । ବିଜେଡି ଇସ୍ତାହାରରେ ଆମେ ମା’ଏବଂ ଝିଅମାନଙ୍କୁ ଗୁରୁତ୍ୱ ଦେଇଛୁ  । ବିଜୁ ଜନତା ଦଳ ସରକାର ଗଠନ ହେବାପରେ ମିଶନ ଶକ୍ତିରେ ମାଆମାନଙ୍କୁ ବର୍ଷକୁ ୫ହଜାର କୋଟି ପର୍ୟ୍ୟନ୍ତ ସରକାରୀ କାମ ଦିଆଯିବ । ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଆଶ୍ରମ ସ୍କୁଲ ପରିଚାଳନା, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ ଯୋଗାଣ ସହ ଆହୁରି ଅନେକ ସରକାରୀ କାମ ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ । ଏହାଦ୍ୱାରା ମା ମାନେ ବର୍ଷକୁ ୫ଶହ କୋଟି ଟଙ୍କାର ଲାଭ ପାଇବେ  । ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା, ସବୁ ସ୍ୱୟଂ ସହାୟତା ଗୋଷ୍ଠୀ ମାଆ ମାନଙ୍କ ପାଇଁ ଦୁର୍ଘଟଣା ବୀମା, ସବୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପାଇଁ ଋଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ସୁବିଧାକୁ ୭ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ସେହପରି ସବୁ ଝିଅ ମାଗଣାରେ ପାଠ ପଢିବେ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଝିଅମାନଙ୍କୁ ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଦିଆଯିବ ବୋଲି ନବୀନ କହିଛନ୍ତି । ତେବେ ଇସ୍ତାହାର ଘୋଷଣା ପରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ  ।

LEAVE A REPLY

Please enter your comment!
Please enter your name here