“ପୁଅର ଦାୟ, ନା ବାରଶ ବଢେଇରେ ଦାୟ ? ବାରଶହ ବଢେଇଙ୍କ ଜୀବନ ପାଇଁ ବିଶୁ ମହାରଣା ପୁଅର ଜୀବନକୁ ବାଜି ଲଗେଇଦେଲା ।“

ବିଧାନସଭାରେ ଡ୍ରାମା ଚାଲିଛି । 6 ଦିନ ଧରି ବିଧାନସଭା ଚାଲି ପାରୁନି । କିଏ କେତେବେଳେ କି ପ୍ରକାର ଅଭିନୟ କରୁଛନ୍ତି, ବାଚସ୍ପତି ବି ଜାଣିପାରୁନାହାଁନ୍ତି । କିଏ ଧୋତିଯୋଡ ପିନ୍ଧି ଗଙ୍ଗାଜଳ ଛିଞ୍ଚିଲାଣି ତ ଆଉ କିଏ ଘଣ୍ଟ ବାଡେଇଲାଣି । ଗଣତନ୍ତ୍ର ନୁହେଁ, ଅରାଜକତାର ଚିତ୍ର । ବିରୋଧୀ ଦାବି କରୁଛନ୍ତି, ମନ୍ତ୍ରୀ ପଦରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ହଟାଇବା ପାଇଁ । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ସଂପୃକ୍ତି ଆରୋପ ଆଣି ଏମିତି ଦାବିରେ ଅଟଳ ଅଛନ୍ତି ବିରୋଧୀ । ସରକାର ବି ନିଜ ଜିଦରେ ଅଟଳ । ବିରୋଧୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ । ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିବୁ ନାହିଁ । ଯେମିତିକି ବିଜୁ ଜନତା ଦଳରେ ଦିବ୍ୟଶଙ୍କର ଏକମାତ୍ର ଯୋଗ୍ୟ ନେତା, ଯାହାଙ୍କୁ ମନ୍ତ୍ରୀପଦରୁ ବାହାର କରିଦେଲେ ସରକାର ଅଚଳ ହୋଇଯିବ ।

ବିଧାନସଭା ଚାଲୁ କି ନ ଚାଲୁ, କାହାର କିଛି ଫରକ ପଡୁନି । ଓଡିଶାର ସାଢେ ଚାରିକୋଟି ଲୋକ ଭୋଟ ଦେଇ ଯେଉଁମାନଙ୍କୁ ସରକାରୀ ଦଳ ଓ ବିରୋଧୀ ଦଳରେ ବସାଇଛନ୍ତି, ସେମାନେ କାହାକୁ ବି ଖାତିର କରୁନାହାଁନ୍ତି । ଲୋକଙ୍କ ପ୍ରତି ଉତ୍ତରଦାୟିତ୍ବ କାହାର ନାହିଁ । ଯେମିତି ବିଧାନସଭା ନ ଚାଲିଲେ ବି କାହାର କିଛି କ୍ଷତି ହେବାର ନାହିଁ । ଠିକ୍ କଥା । ବିଧାନସଭା ଚାଲିଲେ ଅଧିକ କଣଟା ହେଇଥାନ୍ତା ଯେ, ଏବେ ନ ଚାଲିଲେ ଉଜୁଡିଯିବ । ବରଂ ଓଡିଶାର ଲୋକେ ଘରେ ବସି ବିଧାନସଭା ଡ୍ରାମା ଦେଖନ୍ତୁ ।

LEAVE A REPLY

Please enter your comment!
Please enter your name here