ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ଆରମ୍ଭ ହୋଇଛି 500 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ I ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବାରାନ୍ବୀତ କରିବା ପାଇଁ ପାଞ୍ଚଜଣ ଶିକ୍ଷାନବୀଶ ଆଇଏଏସ ଅଫିସରଙ୍କୁ ପୁରୀରେ ନିଯୁକ୍ତ କରାଯ଼ାଇଛି I ଏହି ପାଞ୍ଚଜଣ ଆଇଏଏସ ଶିକ୍ଷାନବୀଶ ଅଧିକାରୀ ହେଲେ, ସୂର୍ଯ଼୍ୟବଂଶୀ ମୟୁର ବିକାଶ, ଶ୍ରୀ କୀର୍ତ୍ତିଭାସନ ଭି., ଡକ୍ଟର ଶୁଭଙ୍କର ମହାପାତ୍ର, ଶ୍ରୀ ଜେ. ସୋନାଲ, ଶ୍ରୀ ଭୁବନେଶ ଦେବଦାସ ପାଟିଲ I ଏହି ଅଧିକାରୀମାନେ ଜିଲ୍ଲାପାଳଙ୍କୁ କାର୍ଯ଼୍ୟରେ ସହଯ଼ୋଗ କରିବେ I 2018 ବ୍ୟାଚର ଆଇଏଏସ ଅଫିସରମାନେ ଆଜି ପୁରୀରେ ଯ଼ୋଗଦେବା ପୂର୍ବରୁ ଲୋକସେବା ଭବନରେ ସେମାନଙ୍କୁ କାର୍ଯ଼୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ଼୍ୟାଳୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରୀଷ୍ଣନ ଏବଂ 5-Tସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୁଝାଇଥିଲେ I

LEAVE A REPLY

Please enter your comment!
Please enter your name here